ନାରୀ (Woman)

ସେମାନେ ସମସ୍ତେ ଲାଗି ପଡିଚନ୍ତି

ମାପିବାରେ ତାକୁ

 …
ଗୋଟେ ଗୋଟେ ମାପ ଫିତା ଧରି



ସମସ୍ତେ ଭାରି ମଗ୍ନ

ହେଲେ କାଇଁ କିଛି ବି ତ ଏଯାଏଁ


ମାପି ପାରିଲେନି ସେମାନେ …


ନା ତାର ହସ କୁ


ନା ତା ଭିତର ର ରହସ୍ୟ କୁ


ନା ତା ହୃଦୟ ର ଗଭୀରତା କୁ …


ଯେତେ ଚେଷ୍ଟା କଲେ ବି


ମାପି ପାରିଲେନି ତାର ପ୍ରେମ ର ରଂଗ କୁ


ନା ତାର ମମତା ର ଧାର କୁ


କି ତାର ସହନଶିଳତା କୁ


ଆଉ ତାର ଅସୁମାରୀ ଶକ୍ତି କୁ


ସଭିଂକର ଅଲକ୍ଷ ରେ ତା ଛାତି ତଳେ


ଜମାଟ ବାନ୍ଧି ଥିବା କୋହ ର ଭାର କୁ


ବି କୋଉଠି ମାପି ପାରିଲେ …


ତା ଢଳ ଢଳ ଆଖି ତଳେ


ସାଇତା ହେଇଥିବା ଅସୁମାରୀ ସ୍ବପ୍ନ କୁ


ବି କେହି ପାରିଲେନି ମାପି


ତଥାପି ସେମାନେ ସମସ୍ତେ ଲାଗିଚନ୍ତି


କେଉଁ ଅନାଦି କାଳ ରୁ


ଲାଗିଥାନ୍ତୁ ସେମାନେ 


ଏବେ ତ ସେମାନେ ଭାରି ଥକା


ଆଉ ହତାଶିଆ ଦିଶିଲେଣି…


ସବୁ କଥା କଣ ମାପି ହୁଏ ?


ନା ଚନ୍ଦ୍ର କୁ ହାତ ବଢେଇ ପାରେ


କେବେ ବାମନ ?


ସେଇ ବାମନମାନେ ଖାଲି ଜାଣିଚନ୍ତି ତ


ତାର ଦେହ ଚାରି ପଟେ ଗୁଡେଇ ହେଇଥିବା


ତା ବାର ହାତ ଲୁଗା କଥା

 …
ତା ଚାରି ହାତ ଓଢ଼ଣା ତଳ ର


ସାପ ପରି ଲମ୍ବା ତାର ବେଣୀ କୁ


ତା ପାଉଁଜ ର ରୁଣୁ ଝୁଣୁ ଶବ୍ଦ ସାଂଗେ


ଛୋଟ ଛୋଟ ପାହୁଣ୍ଡ ରେ


ତା ଥିରି ଥିରି ଚାଲି କଥା …


ଆଉ ସେମାନେ ଜାଣିଚନ୍ତି


ସେ ଚୀର ଦିନ ଲାଗି ଶୋଇଗଲା ପରେ



ତା ଦେହ ତଳ ର ସେଇ କେତେ ଚାଖଣ୍ଡ

ଭୁଇଁ ର ମାପ କଥା …..


By:Nibedita Mishraguru

You may also like...

Leave a Reply

Your email address will not be published. Required fields are marked *