କବିତା(Kabita)



କବିତା

କବିତା ଗୋ ତୁମ ସ୍ମୁତିରେ ଆଜିମୁଁ


କବିତା ଲେଖୁଛି ବସି


ମନେପଡେ ତୁମ ଗଲା ଦିନ କଥା



ଚାଲି ଗଲ ହସି ହସି–୧

ମନେ ପୁରିଥିଲା ଅସରନ୍ତି କୋହ


ହୃଦୟେ ବିରହ ରାଗ


ମୋଠୁ ଏସବୁକୁ ଲୁଚାଈବା ପାଇଁ


ଚାଲିଗଲତୁମେ ଆଗ–୨


ନୟନର ବାରି ଝରିବା ଆଗରୁ


ଲୁଚାଇ କାନିର ଧାରେ 



ମିଛେ ହସିବର ଛଳନା ଯା କଲ

ତା’କି ମୁଁ ନଜାଣି ପାରେ–୩


ଗଲା ଦିନ କଥା ଭୁଲି ଯିବା ପାଇଁ


ଦେଇ ଗଲ ଉପଦେଷ


କହି ଥିଲ ତୁମେ ଦୂରେ ଡାକି ନେଇ


ନଧରିବାକୁ ତ ଦୋଷ–୪


ମୁଁ ଜାଣେ ଏପାଇଁ ତୁମେ ଦୋଷ ଦେଇ


କିଛି ଲାଭ ହେବ ନାହିଁ


ହେଲେ ମୋ ମନଟା ଯେତେ ବୁଝାଲେ


ଯମା କଥା ମାନେ ନାହିଁ–୫



By:Kamal Kumar Dash

You may also like...

Leave a Reply

Your email address will not be published. Required fields are marked *